ଭୁବନେଶ୍ୱର: କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ଵାଡ୍‌ ଓ ମଞ୍ଚେଶ୍ୱର ପୁଲିସ ମିଳିତ ଭାବେ ଚଢ଼ାଉ କରି ବିଭିନ୍ନ ସ୍ଥାନରୁ ଲୋକଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା ଓ ଚୋରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୪ଟି ଦାମୀ ମୋବାଇଲ ଓ ଗୋଟିଏ ପଲସର ମୋଟର ସାଇକେଲ ଜବତ କରିଛନ୍ତି। ପୁଲିସ ଦ୍ୱାରା ଗିରଫ ହୋଇଥିବା ୩ ଜଣ ଯୁବକ ହେଉଛନ୍ତି କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗବବସ୍ତ ଗ୍ରାମର ସେକ୍‌ ମୁନ୍ନୁ, ଝାଡ଼ଖଣ୍ଡର ରାଜେଶ ମହାତୋ ଏବଂ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଠାରେ ରହୁଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବବ୍‌ଲୁ ମିଶ୍ର।