ଭୁବନେଶ୍ୱର : ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘କଳିଙ୍ଗ ପୁସ୍ତକ ମେଳା’ ପରିସରର ଆଜି ଶେଷ ଦିନରେ ‘ଶତଦ୍ରୁ ସାହିତ୍ୟ ସଂସଦ’ ପକ୍ଷରୁ ଏକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନାଟ୍ୟକାର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ୩ଟି ନାଟକ ଲୋକାର୍ପିତ ହୋଇଛି। ଶ୍ରୀ ନାୟକଙ୍କ ରଚିତ ଐତିହାସିକ ନାଟକ ‘ପ୍ରତାପ ରୁଦ୍ର ଦେବ’ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ବେଳେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ନାଟକ ‘ଡାକଘର’ ଓ ନାଟ୍ୟକାର ଚନ୍ଦ୍ରଶେଖର ନନ୍ଦ ‘ବନ୍ଦିତ ଗଜପତି’କୁ ଲୋକାର୍ପିତ କରିଥିଲେ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ କଥାଶିଳ୍ପୀ ବିଜୟ ନାୟକ ଓ ସଂଘମିତ୍ରା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ କଥାଶିଳ୍ପୀ ଇନ୍ଦିରା ଦାଶ ଓ ବିଜୟ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
୩ ନାଟକ ପୁସ୍ତକ ଲୋକାର୍ପିତ
/sambad/media/post_attachments/wp-content/uploads/2017/11/kalinga-book-faire-book-inaguration.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)