ଭୁବନେଶ୍ବର: ଲିଙ୍ଗରାଜ ଷ୍ଟେସନ୍ ନିକଟରେ ଆଜି ଗୋଟିଏ ଦିନରେ ତିନି ଜଣ ଯୁବକ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ମୃତକଙ୍କ ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ଜଣେ କଲେଜ ଛାତ୍ର ଅଛନ୍ତି। ସେ ହେଲେ ଏୟାର୍ଫିଲ୍ଡ ଥାନା ବୋତଣ୍ଡା ମହାବୀରନଗରର ବାସିନ୍ଦା ଅଜୟ ଆଚାର୍ଯ୍ୟଙ୍କ ଏକମାତ୍ର ପୁଅ ତପନ ଆଚାର୍ଯ୍ୟ(୨୨)। ତପନ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ।
ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ କୌଣସି କାରଣରୁ କଲେଜରେ ତପନଙ୍କ ମୋବାଇଲ୍ ଫୋନ୍କୁ ସିଜ୍ କରାଯାଇଥିଲା। କଲେଜ କର୍ତ୍ତୃପକ୍ଷ ମୋବାଇଲ୍ ଜବତ କରିବା ସମ୍ପର୍କରେ ଆଲୋଚନା କରିବା ପାଇଁ ତପନଙ୍କ ବାପା ଅଜୟଙ୍କୁ ଆସନ୍ତାକାଲି ୧୧ଟା ବେଳେ କଲେଜ ଆସି ଦେଖା କରିବାକୁ କହିଥିଲେ। ଏହି ଖବର ପାଇ ସେ ପୁଅକୁ ଖୋଜିଥିଲେ। କିନ୍ତୁ ପାଇ ନଥିଲେ। ମୋବାଇଲ ଜବତ ହେବା ପରେ ତପନ ମାନସିକ ଚାପରେ ଥିଲେ ବୋଲି କିଛି ସହପାଠୀ ଅଜୟଙ୍କୁ କହିଥିଲେ। ଏହାପରେ ସମସ୍ତେ ମିଶି ତପନ ଚଳାଉଥିବା ଇଭି ଗାଡ଼ିକୁ ଟ୍ରାକ୍ କରି ସନ୍ଧ୍ୟାବେଳେ ଲିଙ୍ଗରାଜ ଷ୍ଟେସନରେ ପହଞ୍ଚିଥିଲେ। ରାସ୍ତାକଡ଼ରେ ଗାଡ଼ି ଥୁଆ ହୋଇଥିବାରୁ ସେମାନେ ସନ୍ଦେହ କରି ସେଠାରେ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ରେଳଧାରଣାରେ ତପନଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଜିଆର୍ପି ମୃତଦେହ ଜବତ କରିଛି। ପୁଅର ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ ବୋଲି ଅଜୟ ଅଭିଯୋଗ କରିଛନ୍ତି।
ସେହିଭଳି ଅନ୍ୟଜଣକ ହେଲେ କେରଳର ଭିଜେ ଭୋବେନ୍(୩୨)। ସେ ବାଲୁଗାଁ ଅଞ୍ଚଳରେ ରହୁଥିଲେ ଏବଂ ଚିଲିକାରେ ଥିବା ଏକ ମାଛ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଆଜି ସକାଳୁ ରେଳବାଇ ପୁଲିସ ତାଙ୍କ ମୃତଦେହକୁ ପୁନାମା ଗେଟ୍ ନିକଟରୁ ଜବତ କରିଥିଲା। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ମିଳିଛି। ଭଡ଼ାଘରର ମାଲିକାଣୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତି। ପୁଲିସ ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ଏବଂ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଛି। ଅପରିଚିତ ଯୁବକଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ପରିଚୟ ଜାଣିବାକୁ ପୁଲିସ ଚେଷ୍ଟା ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2023/04/suicidenewss1682746059752.jpg)