ଜୋର ଭିତରକୁ ଓଲଟିଲା କାର, ଅଳ୍ପକେ ବର୍ତି‌ଲେ ୩ ଯାତ୍ରୀ

ବାଲିଅନ୍ତା: ବାଲିଅନ୍ତା-ବାଳକାଟି ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ରଙ୍ଗବଜାର ନିକଟରେ ଆଜି ଅପରାହ୍‌ଣରେ ଏକ ଦ୍ରୁତଗାମୀ କାର (ଓଡି୦୨ଏଡବ୍ଲୁ-୨୩୪୫) ଭାରସାମ୍ୟ ହରାଇ ନୟନଜୋର ଭିତରକୁ ଖସିପଡ଼ିଥିଲା। ତେବେ ସୌଭାଗ୍ୟବଶତଃ କାର ଭିତରେ ଥିବା ଚାଳକ ସମେତ ୩ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ। ସେମାନଙ୍କ ପରିଚୟ ଜଣାପଡ଼ିନଥିଲେ ହେଁ ନିକଟସ୍ଥ ପଣ୍ଡା ଆପାର୍ଟମେଣ୍ଟରେ ରୁହନ୍ତି ବୋଲି ଜଣେ ସ୍ଥାନୀୟ ଲୋକ କହିଛନ୍ତି। ଏ ସଂପର୍କରେ ଖବର ପାଇ ବାଳକାଟି ଫାଣ୍ଡି ପିସିଆର ଭ୍ୟାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଗାଡ଼ି ଜବତ ହୋଇନଥିବା ନେଇ ସୂଚନା ମିଳିଛି। ସଂପୃକ୍ତ ଯାତ୍ରୀମାନେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର