ଦାଦା ବଟି ମାଗି ୩ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଉତ୍ତରଦ୍ବାର ନିକଟରେ ଛେନା ବେପାରୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଲିଙ୍ଗରାଜ ଥାନା ଅଧୀନ ବଶିଷ୍ଟ ନଗରରେ ରହୁଥିବା ବାଙ୍କୀ ତୁଳସୀପୁର ଅଞ୍ଚଳର ରଘୁଆ‌ ଓରଫ ସାଗର ଭୋଇ(୨୫), ଶିଶୁପାଳଗଡ଼ ଚମ୍ପତି ସାହିର ଅକ୍ଷୟ କୁମାର ଚମ୍ପତି(୨୬) ଓ ସାଗର ସ୍ବାଇଁ(୨୯)। ପୁଲିସ ସୂଚନା ଅନୁଯାୟୀ, ୩ଜଣ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ରଥଖଳା

ନିକଟରେ ଛେନା ବ୍ୟବସାୟୀ ରବୀନ୍ଦ୍ର ବେହେରାଙ୍କ ନିକଟରୁ ଛେନା ଖାଇବା ସହ ତାଙ୍କୁ ୧୦ହଜାର ଟଙ୍କା ବଟି ମାଗିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର