ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଜମିବାଡ଼ି ସୀମା ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି। ଉକ୍ତ ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ , ଆଇତଳଙ୍ଗ ଗ୍ରାମର ବାବାଜୀ ଜେନା ଓ ଦେବ ଭୋଇଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେବ ଜାଗାବାଡ଼ି ବିବାଦ ଲାଗି ରହିଥିଲା। ଏନେଇ ପୂର୍ବରୁ ଥାନାରେ ବହୁବାର ଅଭିଯୋଗ ହୋଇଛି। ହେଲେ ପୁଲିସ ସହାୟତାରେ ସ୍ଥାୟୀ ସମାଧାନ ହୋଇ ପାରିନଥିଲା। ଆଜି ବାବାଜୀ ବାଡ଼ିରେ ମାଟି ପୋତୁଥିଲେ। ଦେବଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ପରେ ହଠାତ ଦେବଙ୍କ ପରିବାରରୁ ପ୍ରାୟ ୯ ରୁ ୧୦ ଜଣ ଠେଙ୍ଗାରେ ବାବାଜୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଠେଙ୍ଗା ମାଡ଼ରେ ବାବାଜୀ ଜେନା (୫୬), ତାଙ୍କ ପତ୍ନୀ କମଳା ଜେନା(୪୮), ୨ ପୁଅ ବାସୁଦେବ ଜେନା (୨୬) ଓ ଜୟଦେବ ଜେନା (୨୪) ଲହୁଲୁହାଣ ହୋଇଛନ୍ତି । ଠେଙ୍ଗା ପାହାରରେ ୩ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହିପରି ଅପରପକ୍ଷରୁ ଦେବ ଭୋଇ, ଜଗା ଭୋଇ, ମୁକେଶ ଭୋଇ, ମଞ୍ଜୁ ଭୋଇ, ମମତା ଭୋଇ ଓ ପ୍ରମିଳା ଭୋଇ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ପାଇ ବାଲିପାଟଣା ଥାନା ପୁଲିସ ଘଟଣାସ୍ଥଳକୁ ଯାଇଥିବା ଆଇଆଇସି କୃପାସିନ୍ଧୁ ବରାଡ଼ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/d685d5d8-5a62-4435-8f2a-02277679b8e8.jpg)