ଦୁଇ ସ୍କୁଲ୍‌ର ୩ ଛାତ୍ରୀଙ୍କୁ ମେଧାବୃତ୍ତି

ବାଲିଅନ୍ତା: ୨୦୧୭-୧୮ ବର୍ଷ ଲାଗି ଅନୁଷ୍ଠିତ ବୃତ୍ତି ପରୀକ୍ଷାରେ ବାଳକାଟିସ୍ଥିତ ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ ଓ ପ୍ରତାପ ଶାସନ ବାଳିକା ପ୍ରାଥମିକ ବିଦ୍ୟାଳୟର ୩ୟ ଶ୍ରେଣୀର ୩ଜଣ ଛାତ୍ରୀ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନୂଆପାଟଣାର ଶ୍ରଦ୍ଧା ସମର୍ପିତା ସାହୁ ବ୍ଲକସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଭଦ୍ରା ବେହେରା ୫ମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପ୍ରତାପ ଶାସନ ବାଳିକା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମୌସୁମୀ ସାହୁ ବ୍ଲକସ୍ତରରେ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ଲାଗି ନୂଆପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୋଦିନୀ ନାୟକ, ବନଲତା ମିଶ୍ର, ସ୍ନେହପ୍ରଭା ପତି, ମାମିନା ଓଝା ଓ ସୋନିଆ ସ୍ୱାଇଁ ଏବଂ ପ୍ରତାପ ଶାସନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ କୁମାରୀ ବେହେରା ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର