ଗୋଟିଏ ରାତିରେ ୩ ଚୋରି

ବାଲିପାଟଣା : ସ୍ଥାନୀୟ ପୁରୋହିତପୁର ଗ୍ରାମରେ ଗତକାଲି ରାତିରେ ୩ ଜଣଙ୍କ ଘରୁ ଚୋରି ହୋଇଛି। ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଓ ନଗଦ ଟଙ୍କା ଚୋରି କରିନେଇଛନ୍ତି। ସୂଚନାନୁସାରେ କାଳନ୍ଦୀ ଚରଣ ନାୟକଙ୍କ ଘରୁ ସୁନାଚେନ୍‌, ମୁଦି ଓ ହାର ଚୋରି ହୋଇଥିବା ବେଳେ ପ୍ରସନ୍ନ ବେହେରାଙ୍କ ଘରୁ ନଗଦ ୨୦ ହଜାର ଟଙ୍କା ଏବଂ ସୁନା ମୁଦି ଚୋରି ହୋଇଛି। ସେହିପରି ଗୋପାଳ ମହାପାତ୍ରଙ୍କ ଘରୁ ଗୋଟିଏ ଟ୍ରଙ୍କ୍‌ ଭାଙ୍ଗି ଦୁର୍ବୃତ୍ତମାନେ କାନଫୁଲ ଭଳି କିଛି ଗହଣା ଚୋରି କରିନେଇଛନ୍ତି। ଚୋରି ବାବଦରେ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର