ଭୁବନେଶ୍ବର: ଆସୋସିଏସନ୍ ଫର୍ ଓଡ଼ିଶା ରିୟଲ୍ ଇଷ୍ଟେଟ୍ ଡେଭଲପର୍ସ ପକ୍ଷରୁ ରାଜଧାନୀବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ତିନିଟି ସ୍ଥାନରେ ଜଳସେବା ଶିବିର ଆଜି ଉଦ୍ଘାଟିତ ହୋଇଛି। ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ ଓ ଜିଲ୍ଲା ସବ୍-ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟ ପରିସରରେ ଏହି ଶିବିର ଖୋଲିଛି। ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ଡେପୁଟି ମେୟର କେ ଶାନ୍ତି ଶିବିରକୁ ଉଦ୍ଘାଟନ କରିଥିଲେ। ସଂଘର ସଭାପତି ନିଶିଥ ରଞ୍ଜନ ନନ୍ଦ ଓ ସମ୍ପାଦକ ଦେବକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ। ମହିମା ଇନ୍ଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ କଳିଙ୍ଗ ହସ୍ପିଟାଲ୍ ନିକଟରେ ଜଳସେବା ଶିବିର ଖୋଲାଯାଇଛି। ଏଠାରେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମହିମା ଇନ୍ଫ୍ରାକନ୍ର ପରିଚାଳନା ନିର୍ଦ୍ଦେଶକ ଅଭୟ କୁମାର ସ୍ବାଇଁ ଉପସ୍ଥିତ ଥିଲେ।
ସେହିପରି ସବ୍-ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟ ପରିସରେର ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ସବ୍-ରେଜିଷ୍ଟ୍ରାର୍ ଅରୁଣ କୁମାର ଦାସ, ଖଣ୍ଡଗିରି ସବ୍-ରେଜିଷ୍ଟ୍ରାର୍ ଡି ଶତପଥୀ, ଭୁବନେଶ୍ବର ବାର୍ ଆସୋସିଏନ୍ ସଭାପତି ରବୀନ୍ଦ୍ର କୁମାର ପଟ୍ଟନାୟକ, ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି, ପୂର୍ବତନ ସଭାପତି ଜହିଦୁର ରେହମାନ, ପୂର୍ବତନ ସମ୍ପାଦକ ତାପସ ରଞ୍ଜନ ଦାସ ଓ ରାଜୀବ କୁମାର ରାଉତ ପ୍ରମୁଖ ଯୋଗ େଦଇଥିଲେ। ସଂଘର ସଦସ୍ୟ ପ୍ରଦୀପ କୁମାର ସୂତାର, ଶୁଭେନ୍ଦୁ ତ୍ରିପାଠୀ, ଶମ୍ଭୁନାଥ ପତି, ଅଂଶୁମାନ ଦାସ, ବିଜୟ କୁମାର ପାତ୍ର, ବିଜୟ କେତନ ମିଶ୍ର, ଦୀପଙ୍କର ମହାପାତ୍ର, ମାନସ କୁମାର ସାମନ୍ତରାୟ, ଭୋଳାନାଥ ମହାନ୍ତି ଓ ଦେବାଶିଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଇନଜୀବୀ ସନ୍ଧ୍ୟାରାଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।