ଭୁବନେଶ୍ବର: ଉପଯୁକ୍ତ କାଗଜପତ୍ର ନଥାଇ ଚଳାଚଳ କରୁଥିବା ୩୦ଟି ଅଟୋକୁ ଆଜି ଭୁବନେଶ୍ବର ଟ୍ରାଫିକ୍‌ ପୁଲିସ ଜବତ କରିଛି। ଆଜି ଟ୍ରାଫିକ୍‌ ଥାନା-୧ ଏବଂ ୨ ପକ୍ଷରୁ ରାଜଧାନୀର ୧୫ରୁ ଅଧିକ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ ଉଲ୍ଲଂଘନ କରିଥିବା ୩୦ଟି ଅଟୋକୁ ଜବତ କରାଯାଇଛି ବୋଲି ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି।

Advertisment

ଅଟୋଗୁଡ଼ିକ ସମସ୍ତ କାଗଜପତ୍ର କରାଇବା ପରେ ସେମାନଙ୍କୁ ୫ଶହ ଟଙ୍କା ଜରିମାନା କରାଯାଇ ଛଡ଼ାଯିବ। ଯେଉଁମାନେ କାଗଜପତ୍ର ନକରିବେ, ସେମାନଙ୍କ ଅଟୋକୁ ସିଜ୍‌ କରାଯାଇ କୋର୍ଟକୁ ହସ୍ତାନ୍ତର କରାଯିବ। ଏହି ସ୍ବତନ୍ତ୍ର ଡ୍ରାଇଭ୍‌ ଆସନ୍ତା ୧୫ଦିନ ଯାଏ ଚାଲିବ ବୋଲି ଏସିପି ଶ୍ରୀ ପଣ୍ଡା କହିଛନ୍ତି। ଯାଞ୍ଚ ସମୟରେ ଅଟୋର ଇନ୍ସ୍ୟୁରାନ୍ସ ଠାରୁ ଆରମ୍ଭ କରି ଫିଟ୍‌ନେସ୍‌, ଚାଳକଙ୍କ ଲାଇସେନ୍ସ, ପ୍ରଦ୍ୟୁଷଣ ସାର୍ଟିଫିକେଟ୍‌ ଆଦିକୁ ଗୁରୁତ୍ବ ଦିଆଯାଇଛି। ଅଟୋର ଅତିକମ୍‌ରେ ଏହି ୫ଟି କାଗଜପତ୍ର ଠିକ୍‌ ଥିବା ଦରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଅଟୋକୁ ଜବତ କରାଯିବ। ଆଉ ଏଥିପାଇଁ ମୋଟା ଅଙ୍କର ‌ଜରିମାନା କରାଯିବ ବୋଲି କୁହାଯାଇଛି।