ଫ୍ଲାଟ୍‌ ଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ

ଭୁବନେଶ୍ୱର: ଫ୍ଲାଟ୍‌ ଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ଠକାମିର ଶିକାର ହୋଇଥିବା ବନୋଜା ଜ୍ୟୋତି ଦାସ ଥାନାରେ ଅଭିଯୋଗ କରିଛନ୍ତି।
ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୨୦୧୬ ମସିହାରେ ସତ୍ୟଜିତ୍‌ ପଟ୍ଟନାୟକ ନାମକ ଜଣେ ବିଲ୍ଡର ତାଙ୍କୁ ଆଇଆର୍‌ସି ଭିଲେଜ୍‌ରେ ଫ୍ଲାଟ୍‌ ଦେବାକୁ କହିଥିଲେ। ଏଥିପାଇଁ ସେ ବନୋଜାଙ୍କଠାରୁ ବିଭିନ୍ନ ସମୟରେ ପାଖାପାଖି ୩୦ଲକ୍ଷ ଟଙ୍କା ନେଇଥିଲେ। ଇତି ମଧ୍ୟରେ ବର୍ଷେ ବିତିଯାଇଥିଲେ ବି ସତ୍ୟଜିତ ବନୋଜାଙ୍କୁ ଫ୍ଲାଟ୍‌ ଦେଇପାରି ନଥିଲେ। ବନୋଜା ଟଙ୍କା ଫେରାଇବା ପାଇଁ ସତ୍ୟଜିତଙ୍କୁ ବାରମ୍ବାର କହିଥିଲେ ମଧ୍ୟ ସେ ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ। ନା ଟଙ୍କା ନା ଫ୍ଲାଟ କିଛି ଫେରାଇ ନଥିଲେ। ଓଲଟି ବନୋଜାଙ୍କୁ ଧମକ ଦେଇଥିଲେ। ତେଣୁ ଠାକମୀର ଶିକାର ହୋଇଥିବା ବନୋଜା ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର