ମନ୍ଦିର ବୁଲିଲେ ଆତ୍ମସମର୍ପଣ କରିଥିବା ୩୦ ନକ୍ସଲ

ପୁରୁଣା ଭୁବନେଶ୍ବର: ପୁଲିସ ନିକଟ‌ରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଫେରିଥିବା ୩୦ଜଣ ମାଓବାଦୀ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଆଜି ପୂର୍ବାହ୍ଣ ପ୍ରାୟ ୯ଟାରେ ୧୬ଜଣ ମହିଳା ଓ ୧୪ଜଣ ପୁରୁଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମହାଦେବଙ୍କୁ ଜଳ ଓ କ୍ଷୀର ଲାଗି କରି ପୂଜାର୍ଚନା କରିଥିଲେ। ପରେ ସେମାନେ ପୁରୀ ଓ କୋଣାର୍କ ବୁଲିବାକୁ ଯାଇଥିଲେ। ସେହିପରି ଆଜି ଅପରାହ୍‌ଣରେ ଜାତୀୟ ଶିଶୁ ସୁରକ୍ଷା ସମିତିର ସଭ୍ୟ ଯଶୱନ୍ତ ଜୈନ୍‌ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷା ସନ୍ଧ୍ୟାବାଳା ପ୍ରଧାନ ଶ୍ରୀଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟାସ୍ରୋତକୁ ଫେରିଥିବା ଏହି ପୂର୍ବତନ ନକ୍ସଲମାନେ ଗତକାଲି କଳିଙ୍ଗ ଷ୍ଟାଡିୟମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହକି ଖେଳର ମଜା ଉଠାଇଥିଲେ।

ସମ୍ବନ୍ଧିତ ଖବର