ସରକାରୀ ଆଇଟିଆଇରେ ରକ୍ତଦାନ ଶିବିର, ୩୦ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ଆଜି ରାଷ୍ଟ୍ରୀୟ ସହିଦ ଦିବସ ଅବସରରେ ଭୁବନେଶ୍ବର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରୁ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଇଂଜିନିୟର ଜିତାମିତ୍ର ଶତପଥୀ ଓ କ୍ୟାପିଟାଲ ହସପିଟାଲ ରକ୍ତକେନ୍ଦ୍ର ଅଧିକାରୀ ଡା. ଦେବାଶିଷ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ, ସଂଗ୍ରାମ କେଶରୀ ସାମନ୍ତରାୟ, ଅନୁଷ୍ଠାନର ସହକର୍ମୀ ପ୍ରାଚୀ ମହାପାତ୍ର ଓ ଅନିତା ମିଶ୍ର ଶିବିର ପରିଚାଳନା କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ସହକର୍ମୀମାନେ ଶିବିର ପରିଚାଳନାରେ ସହଯୋଗ କରିବା ସହିତ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, କ୍ୟାପିଟାଲ ହସ୍‌ପିଟାଲର ସହକର୍ମୀମାନେ ଶିବିରରୁ ରକ୍ତସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର