ଭୁବନେଶ୍ୱରରୁ ଆଜି ୩୦୫ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୫୧୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୩୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୫ ଜଣ ଅଛନ୍ତି । ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

ବିଏମ୍‌ସିର ସୂଚନା ଅନୁସାରେ ୟୁନିଟ-୬ ସ୍ଥିତ ଏକ ସରକାରୀ ସଂଗରୋଧରୁ ୬ ଜଣ, ୟୁନିଟ-୧, ୟୁନିଟ-୯, ରସୁଲଗଡ଼, ଚକେଇସିହାଣୀରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ମୋଟ ୧୭ ହଜାର ୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୩ ହଜାର ୬୩୧ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୨୧୨ ଜଣ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ୬୮ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲରୁ ୯ ଜଣ ଅଛନ୍ତି । ସେହିଭଳି ଆଇଆରସି ଭିଲେଜରୁ ୯ ଜଣ, ନୟାପଲ୍ଲୀରୁ ୮ ଜଣ, ପଟିଆ, ଚନ୍ଦକାରୁ ୫-୫ ଜଣ, ଜାଗମରାରୁ ୪ ଜଣ, ବଡ଼ଗଡ଼ରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି ।

ଭୁବନେଶ୍ୱରରୁ ଆଜି ମୋଟ ୫୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ବରମୁଣ୍ଡା ଏଚବି କଲୋନିରୁ ୧୪ ଜଣ, ଫରେଷ୍ଟ ପାର୍କ ଅଂଚଳରୁ ୧୩ ଜଣ, ପ୍ରାଚୀ ବିହାରରୁ ୧୦ ଜଣ, ରସୁଲଗଡ଼ ଗାଁରୁ ୯ ଜଣ, ଭରତପୁର ବସ୍ତିରୁ ୮ ଜଣ ଅଛନ୍ତି ।

ସମ୍ବନ୍ଧିତ ଖବର