ଭୁବନେଶ୍ୱରରୁ ଆଜି ୩୦୬ କରୋନା ପିଜିଟିଭ, ସୁସ୍ଥ ହେଲେ ୫୦୬ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୨୩ ଜଣ ଓ ସ୍ଥାନୀୟ ଅଂଚଳରୁ ୧୮୩ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସଂଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ।

ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୧୮ ହଜାର ୮୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୪ ହଜାର ୯୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେବି ୩ ହଜାର ୮୭୪ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୬୮ ଜଣଙ୍କର ପ୍ରାଣହାନୀ ଘଟିଛି ।

ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ଜାଗମରା, ଟଙ୍କପାଣି ରୋଡ, ସତ୍ୟନଗର, ୟୁନିଟ-୪, ପଟିଆରୁ ୪ ଜଣ ଲୋଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ୪ ଜଣ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଆଇଗଣିଆ, ଖଣ୍ଡଗିରି ବିହାର, ଆଇଆରସି ଭିଲେଜ, ଖଣ୍ଡଗିରି ବିହାର, ଶୈଳଶ୍ରୀ ବିହାରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତଙ୍କ ମଧ୍ୟରେ ଲକ୍ଷ୍ମୀସାରଗରୁ ୧୦ ଜଣ, ୟୁନିଟ-୯ରୁ ୭ ଜଣ, ଟଙ୍କପାଣି ଜୁଡିସିଆଲ କଲୋନିରୁ ୫ ଜଣ, ଆଇଆରସି ଭିଲେଜ, ଚକେଇସିହାଣୀରୁ ୪-୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

ସମ୍ବନ୍ଧିତ ଖବର