ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ସୋମବାର ସକାଳ ୯ଟାରୁ ମଙ୍ଗଳବାର ସକାଳ ୯ଟା ସୁଦ୍ଧା) ମୋଟ୍ ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦,୭୩୨ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୦୪୩ ରହିଛି । ଚିହ୍ନଟ ହୋଇଥିବା ୩୦୭ଟି ମାମଲା ମଧ୍ୟରୁ ୧୩୫ଟି କ୍ବାରାଣ୍ଟାଇନ ମାମଲା ହୋଇଥିବା ବେଳେ ୧୭୨ଟି ସ୍ଥାନୀୟ ସଂକ୍ରମଣ ।
Update on newly detected & cured #COVID19 cases in the last 24 hrs under the BMC area on 1st Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/GMZnpIQCxy— BMC (@bmcbbsr) September 1, 2020
ସେହିପରି ମଙ୍ଗଳବାରଦିନ ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି । ଏହା ସହିତ ଭୁବନେଶ୍ବରରେ ମୋଟ ସୁସ୍ଥସଂଖ୍ୟା ୬୬୩୫ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୨ରହିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଗତକାଲି ଭୁବନେଶ୍ବରରେ ୪୦୪ ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଥିଲା । ତେବେ ଗତକାଲି ଜଣେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ଆଜି କେହି ମୃତ୍ୟୁବରଣ କରିନାହାନ୍ତି ।
ଆଜି ରାଜ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪୪ ଓ ସ୍ଥାନୀୟ ଅଞ୍ଚଳରୁ ୧୧୮୧ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧କୁ ବୃଦ୍ଧି ପାଇଛି। ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।