ଦିନକରେ ୩୧୧ ପଜିଟିଭ୍, ୧୨୪ ସୁସ୍ଥ; ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨ହଜାର ନିକଟତର

ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଗତ ସପ୍ତାହ ଧରି ଦୈନିକ ସଂକ୍ରମଣ ୩ଶହ ଉପରେ ରହିଛି। ପରିଣାମସ୍ବରୂପ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨ହଜାର ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୩୧୧ ପଜିଟିଭ୍ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି। ଗତ ୧୬ଦିନରେ ଚିକିତ୍ସାଧୀନ ରୋଗୀଙ୍କ ତାଲିକାରେ ୧୯ ପ୍ରତିଶତ ବୃଦ୍ଧି ‌ଦେଖିବାକୁ ମିଳିଛି।

ରାଜଧାନୀରେ ଚିହ୍ନଟ ହୋଇଥିବା ୩୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୬ଜଣ ସଙ୍ଗରୋଧରୁ ୨୪୫ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ଙ୍କ ମଧ୍ୟରେ ୧୬ଜଣ ଲେଖାଏ ଖଣ୍ଡଗିରି ଓ ପଟିଆରୁ ଚିହ୍ନଟ ହୋଇଛନ୍ତି। ୧୩ଜଣ ନୂଆପଲ୍ଲୀ, ୧୨ ହଂସପାଳ, ୧୦ ପୁରୁଣା ଭୁବନେଶ୍ବର, ୯ଜଣ ଚନ୍ଦ୍ରଶେଖରପୁର, ୮ଜଣ ଶୈଳଶ୍ରୀବିହାର, ୭ଜଣ ରସୁଲଗଡ଼ ଓ ଅନ୍ୟାନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖଣ୍ଡଗିରି ଅଞ୍ଚଳର ରାଜଧାନୀର ପ୍ରମୁଖ ହଟ୍‌ସ୍ପଟ୍ ପାଲଟିଛି। କିଛିଦିନ ଧରି ସେଠାରେ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ମାତ୍ର ଏହା ପଛରେ କ’ଣ ନିର୍ଦ୍ଦିଷ୍ଟ କାରଣ ରହିଛି ତାହା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି। ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪,୮୯୦କୁ ବୃଦ୍ଧି ପାଇଛି। ମାତ୍ର ଗତ ୨୪ଘଣ୍ଟାରେ ୧୨୪ଜଣ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୨,୬୩୮ରେ ପହଞ୍ଚି ଯାଇଛି।

ସମ୍ବନ୍ଧିତ ଖବର