ଭୁବନେଶ୍ୱରରୁ ଆଜି ୩୧୬ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୨୬ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୩୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୮୪ ଜଣ ସଂଗରୋଧ ଓ ୨୩୨ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୪ ହଜାର ୮୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୧ ହଜାର ୨୧୪ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୦୭ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୧୧ ଜଣଙ୍କର ମୃତ୍ୟୁ ହୋଇଛି ।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଚନ୍ଦ୍ରଶେଖରପୁର, ନୟାପଲ୍ଲୀରୁ ୭-୭ ଜଣ, ପଳାଶୁଣୀରୁ ୬ ଜଣ, ଆଇଆରସି ଭିଲେଜରୁ ୫ ଜଣ, ରସୁଲଗଡ଼, ୟୁନିଟ-୯ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ବରମୁଣ୍ଡାରୁ ୧୫ ଜଣ, ନୟାପଲ୍ଲୀ, ପଟିଆରୁ ୧୨ ଜଣ ଲେଖାଏଁ, ଡୁମଡୁମାରୁ ୧୦ ଜଣ, ବିଜେବି ନଗରରୁ ୯ ଜଣ, ସତ୍ୟନଗର, ଖଣ୍ଡଗିରିରୁ ୮-୮ ଜଣ, ରସୁଲଗଡ଼, ଆଚାର୍ଯ୍ୟ ବିହାରରୁ ୭-୭ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଜାଗମରା, ଚନ୍ଦ୍ରଶେଖରପୁରରୁ ୬ ଜଣ ଲେଖାଏଁ, ବମିଖାଲ, ସୁନ୍ଦରପଦା ଓ ୟୁନିଟ-୯ରୁ ୪-୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର