ଭୁବନେଶ୍ୱରରୁ ଆଜି ୩୧୭ କରୋନା ପଜିଟିଭ୍‌, ସ୍ଥାନୀୟ ସଂକ୍ରମଣ ୧୧୧ ଜଣ

କରୋନା ଭାଇରସ୍‌ରୁ ସୁସ୍ଥ ହେଲେ ୧୭୦ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ଆଚାର୍ଯ୍ୟ ବିହାରରୁ ୧୨ ଜଣ, ସାଲିଆ ସାହି ଓ ରିଜର୍ଭ ପୁଲିସରୁ ୯ ଜଣଙ୍କ ସମେତ ଭୁବନେଶ୍ୱରରୁ ଆଜି ସମୁଦାୟ ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଗଂରୋଧରୁ ୨୦୬ ଜଣ ଓ ସ୍ଥାନୀୟ ଅଂଚଳରୁ ୧୧୧ ଜଣ ଆକ୍ରାନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜଣ (ରଙ୍ଗନାଥ ବସ୍ତିର ୩୮ ବର୍ଷୀୟ ମହିଳା ଦିଲ୍ଲୀ ଯାଇଥିଲେ)ଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ନୀଳକଣ୍ଠ ନଗର, କଳିଙ୍ଗନଗର, ବ୍ରହ୍ମେଶ୍ୱରପାଟଣାରୁ ୬ ଜଣ ଲେଖାଏଁ, ଏକ ଘରୋଇ ହସ୍‌ପିଟାଲରୁ ୫ ଜଣ, ଚିନ୍ତାମଣିଶ୍ୱରରୁ ୫ ଜଣ, ଝାରପଡ଼ା ଆର୍ଶୀବାଦ ବିହାରରୁ ୪ ଜଣ ଅଗ୍ନିଶମ ବିଭାଗରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୭୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୩୮୯ ଜଣ ସୁସ୍ଥ ହୋଇଥିବା ବେଳେ ୨୯୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। କିନ୍ତୁ ୩୩ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ଚିହ୍ନଟ ୧୧୧ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ନିଳାଦ୍ରୀ ବିହାର ସୀତାନାଥ ବସ୍ତି, ଲକ୍ଷ୍ମୀସାଗର, ୟୁନିଟ-୬, ବାଣୀବିହାରରୁ ୪ ଜଣ ଲେଖାଏଁ, ସିଆରପିଏଫ ଶିବିର, ଖାରବେଳ ନଗରରୁ ୩-୩ ଜଣ କରୋନା ଆକ୍ରାନ୍ତ ଅଛନ୍ତି।

ଆଜି ନୟାପଲ୍ଲୀ, ବମିଖାଳ ଗାଁରୁ ୧୦-୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୟୁନିଟ-୮ ସ୍କୁଲ ଅଂଚଳରୁ ୬ ଜଣ, ଚକେଇସିହାଣୀରୁ ୫ ଜଣ, ପୋଖରିପୁଟ, ନିଳାଦ୍ରୀ ବିହାରରୁ ୪-୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ଭୁବନେଶ୍ୱରରୁ ଆଜି ମୋଟ ୧୭୦ ଜଣ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର