ବୁଦ୍ଧ ନଗରରୁ ୧୨ ଜଣଙ୍କ ସମେତ ଭୁବନେଶ୍ୱରରୁ ଆଜି ୩୧୯ ଜଣ  କରୋନା ପଜିଟିଭ୍‌ ଚିହ୍ନଟ

ସ୍ଥାନୀୟ ସଂକ୍ରମଣ ୧୪୭ ଜଣ, ସୁସ୍ଥ ହେଲେ ୧୧୩

ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ନଗରରୁ ୧୨ ଜଣଙ୍କ ସମେତ ରାଜଧାନୀ ଭୁବନେଶ୍ୱରରେ ଆଜି  ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରେନାର ଶିକାର ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୬୩୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୯୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨୪୦୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୩୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ବୁଦ୍ଧ ନଗରସ୍ଥିତ ଗୋପବନ୍ଧୁ କଲୋନିରୁ ୮ ଜଣ ମହିଳାଙ୍କ ସମେତ ୧୨ ଜଣ, ୟୁନିଟ-୬ରୁ ୯ ଜଣ, ବରମୁଣ୍ଡା ଏଚ୍‌ବି କଲୋନି, ଡୁମଡୁମା ପଂଚସାଖା ନଗର ୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।। ସେହିଭଳିଭୋଇ ନଗରରୁ ୬ ଜଣ ସରକାରୀ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବୁଦ୍ଧେଶ୍ୱରୀ କଲୋନିରୁ ୫ ଜଣ, ପୋଖରିପୁଟରୁ ୪ ଜଣ, ୭ମ ବାଟାଲିଅନୁର ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ମୋଟ୍‌ ୧୧୩ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ମଂଚେଶ୍ୱରରୁ ଅଛନ୍ତି ୧୬ ଜଣ। ଭିଏସ୍‌ଏସ୍‌ ନଗରରୁ ୫ ଜଣ, ଏକ ଘରୋଇ ହସ୍‌ପିଟାଲରୁ ୪ ଜଣ, ରାଜମହଲ, ସାଲିଆ ସାହିରୁ ୩-୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରୁ ଆଜି ୧୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ନୟାପଲ୍ଲୀରୁ ୧୨ ଜଣ, ଡୁମଡୁମା ପିଏଚ୍‌-୧ରୁ ୬ ଜଣ, ଫରେଷ୍ଟ ପାର୍କ, ରସୁଲଗଡ଼ ଗାଁରୁ ୫ ଜଣ, ମୈତ୍ରୀ ବିହାରରୁ ୪-୪ ଜଣ, ହାଟ ସାହିରୁ ୩ ଜଣ ଅଛନ୍ତି।

ସମ୍ବନ୍ଧିତ ଖବର