ଭୁବନେଶ୍ବରରେ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା)  ମୋଟ୍‌ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୯୨ଟି କ୍ବାରାଣ୍ଟାଇନ ମାମଲା ଥିବାବେଳେ ୨୨୭ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ସମସ୍ତ ୯୨ଟି ଯାକ କ୍ବାରାଣ୍ଟାଇନ ମାମଲା ପୂର୍ବର ପଜିଟିଭ ମାମଲା ସହ ସମ୍ପର୍କିତ । ଜଣେ ସଂକ୍ରମିତ ଦିଲ୍ଲୀରୁ ଫେରିଥିଲେ  ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

 

ଆଜିର ୩୧୯ଟି ନୂଆ ମାମଲାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା  ୨୩୫୪୯ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା  ୩୫୩୭ ରହିଛି ।  ସେହିପରି ସୋମବାରଦିନ  ଭୁବନେଶ୍ୱରରେ ୩୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦୁଇଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭୁବନେଶ୍ବରରେ ମୋଟ ସୁସ୍ଥସଂଖ୍ୟା ୧୯୮୮୮ ରେ ପହଞ୍ଚିଥିବାବେଳେ  ମୃତ୍ୟୁସଂଖ୍ୟା  ୧୦୪ ଛୁଇଁଛି  ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ଭୁବନେଶ୍ବରରେ ୩୫୪ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଥିଲା ।

ସମ୍ବନ୍ଧିତ ଖବର