ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ୍ ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୬୨ ଜଣ ସରକାରୀ ସଂଗରୋଧ ଓ ୨୫୭ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/post_attachments/wp-content/uploads/2020/09/Ei1dobdVoAAV-sW-844x1024.jpg)
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୦ ହଜାର ୫୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୬ ହଜାର ୮୬୪ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୭୪ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୮୪ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/09/Ei1drW_U8AAHoNu-694x1024.jpg)
ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଚନ୍ଦ୍ରଶେଖରପୁରରୁ ୫ ଜଣ, ସହିଦ ନଗର, ରସୁଲଗଡ଼ରୁ ୪-୪ ଜଣ, ବଡ଼ଗଡ଼, ପୋଖରିପୁଟ, ପଟିଆରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ନୟାପଲ୍ଲୀରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଟିଆରୁ ୧୩, ଚନ୍ଦ୍ରଶେଖରପୁରରୁ ୧୨, ସାଲିଆସାହିରୁ ୧୧ ଜଣ, ଖଣ୍ଡଗିରିରୁ ୧୦ ଜଣ, ନିଳାଦ୍ରୀ ବିହାର, ୟୁନିଟ-୯, ମଂଚେଶ୍ୱର କଲୋନି, ଡୁମଡୁମାରୁ ୮-୮ ଜଣ, ଆଇଆରସି ଭିଲେଜ, ଚିନ୍ତାମଣିଶ୍ୱର, ରସୁଲଗଡ଼ଣୁ ୭ ଜଣ ଲେଖାଏଁ, ସାମନ୍ତରାପୁରରୁ ୬ ଜଣ, ବରମୁଣ୍ଡାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bbsr-15.jpg)