ଭୁବନେଶ୍ୱରରୁ ଆଜି ୩୨୫ କରୋନା ପିଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୮୪ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୦୭ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୮ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସଂଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ ।

ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୧୮ ହଜାର ୫୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୪ ହଜାର ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେବି ୪ ହଜାର ୭୪ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୬୮ ଜଣଙ୍କର ପ୍ରାଣହାନୀ ଘଟିଛି ।

ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସିଆରପିଏଫ ପରିସରରେ ଥିବା ସଂଗରୋଧରୁ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ପାତ୍ରପଡ଼ାରୁ ୭ ଜଣ, ବମିଖାଲରୁ ୪ ଜଣ, ସୂର୍ଯ୍ୟନଗରରୁ ୩ ଜଣ ଶୈଳଶ୍ରୀ ବିହାର, ବଡ଼ଗଡ଼ ବ୍ରିଟ କଲୋନିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ସିଆରପିଏଫ ପରିସରରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାତ୍ରପଡ଼ାରୁ ୧୧ ଜଣ, ଅନ୍ୟ ଜିଲ୍ଲାରୁ ୮ ଜଣ, ଝାରପଡ଼ାରୁ ୭ ଜଣ, ଖଣ୍ଡଗିରି, ପଟିଆ, ଡୁମଡୁମାରୁ ୬ ଜଣ ଲେଖାଏଁ, ବିଡିଏ କଲୋନିରୁ ୫ ଜଣ କରୋନା ପଜିଟିଭ ଜଣାପଡ଼ିଛନ୍ତି ।

ପଟିଆ ବିଗବଜାର ଅଂଚଳରୁ ଆଜି ୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ରସୁଲଗଡ଼ ଗାଁରୁ ୧୬ ଜଣ, ଭିଏସଏସ ନଗର ଏଚବି ଅଂଚଳରୁ ୧୫ ଜଣ, ନୟାପଲ୍ଲୀରୁ ୧୩ ଜଣ, ଲକ୍ଷ୍ମୀସାଗରରୁ ୧୨ ଜଣ, ଚକେଇସିହାଣୀ, ଖଣ୍ଡଗିରିରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର