ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୨ଟି ଘରୋଇ ହସ୍ପିଟାଲରୁ ଆଜି ୯ ଜଣଙ୍କ ସମେତ ୩୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଘରୋଇ ହସ୍ପିଟାଲରୁ ୮ ଜଣ ଓ ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସଂଗରୋଧରୁ ମୋଟ୍ ୧୩୯ ଜଣ ଓ ସ୍ଥାନୀୟ ଅଂଚଳରୁ ୧୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଏ ପର୍ଯ୍ୟନ୍ତ ୮୨୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୩୩୦୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ୩୫ ଜଣଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଏପର୍ଯ୍ୟନ୍ତ ୮୨୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୩୩୦୬ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ୩୫ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/08/d6bddc46-06d6-42cf-bb46-eaf3716fb7a1-799x1024.jpg)
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସଂଗରୋଧରୁ ଚିହ୍ନଟ ୧୩୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କର ଯାତ୍ରା ବିବରଣୀ (ପଶ୍ଚିମବଙ୍ଗ ଯାଇଥିଲେ) ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ପଲାସପଲ୍ଲୀରୁ ୬ ଜଣ, ଜୟଦେବ ବିହାର ନିକଟ ବିଜୁ ପଟ୍ଟନାୟକ କଲେଜ ପାଖରୁ ୫ ଜଣ, ୫ ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/08/d3616f2f-53d7-4a92-9366-35f42ff610a7-735x1024.jpg)
ସ୍ଥାନୀୟ ଅଂଚଳରୁ ଚିହ୍ନଟ ସଂକ୍ରମଣଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୬ ଜଣ, ରସୁଲଗଡ଼ ଜିଜିପି କଲୋନି, ବମିଖାଲରୁ ୫-୫ ଜଣ, ଆଚାର୍ଯ୍ୟ ବିହାର, ଝାରପଡ଼ା ଜଗନ୍ନାଥ ବିହାର, ରସୁଲଗଡ଼, ଡୁମଡୁମା, ପଲାସପଲ୍ଲୀରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/08/EgWHyfjUEAAAu95-791x1024.jpg)
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀ ଅଂଚଳ, ନିଳାଦ୍ରୀ ବିହାର ବସ୍ତିରୁ ୮-୮ ଜଣ ଅଛନ୍ତି। ସେହିଭଳି ସହିଦ ନଗର ଅଂଚଳ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୭-୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/330-cured-in-bbsr-26_Thumb.jpg)