ଖୋର୍ଦ୍ଧା/ନିରାକାରପୁର : ଆଜି ରାତି ପ୍ରାୟ ୯ଟା ବେଳେ ଜଙ୍କିଆ ଥାନା ପୁଲିସ ସ୍ଥାନୀୟ ଓରବରସିଂହ ଗ୍ରାମରୁ ଜଣେ ବ୍ରାଉନ୍ସୁଗାର ବେପାରୀକୁ ଗିରଫ କରିବା ସହ ତାଙ୍କଠାରୁ ୩୩୦ ଗ୍ରାମ ଓଜନର ବ୍ରାଉନ୍ସୁଗାର, ୮୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଜଙ୍କିଆ ଥାନା ପୁଲିସ ଏସ୍ଟିଏଫ୍ ସହଯୋଗରେ ଏହି ବ୍ରାଉନ୍ସୁଗାର ବେପାରୀକୁ ଧରିଥିବା ସୂଚନା ମିଳିଛି।
ଜଙ୍କିଆ ପୁଲିସ ସୂତ୍ରରୁ ପ୍ରକାଶ ଯେ ଓରବରସିଂହ ଗ୍ରାମର ଅଶୋକ ବଳିଆରସିଂହଙ୍କ ପୁଅ ଅକ୍ଷୟ ବଳିଆରସିଂହ (୨୪) ଜିଲ୍ଲା ବାହାରୁ ବ୍ରାଉନ୍ସୁଗାର ଆଣି ପଞ୍ଚାୟତ ସମେତ ନିକଟସ୍ଥ ଅଞ୍ଚଳର ଛୋଟ ଛୋଟ ବ୍ୟବସାୟୀଙ୍କୁ ଯୋଗାଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏଥିରେ ଅକ୍ଷୟକୁ ତା’ ମା’ ମଧ୍ୟ ସହଯୋଗ କରୁଥିଲେ। ତେଣୁ ପୁଲିସ୍ ଅକ୍ଷୟ ଉପରେ ନଜର ରଖିଥିଲା। ଆଜି ଏସ୍ଟିଏଫ୍କୁ ଠୋସ୍ ସୂଚନା ମିଳିଥିଲା ଯେ ଅକ୍ଷୟ ବେପାର ପାଇଁ ଜିଲ୍ଲା ବାହାରୁ ବ୍ରାଉନ୍ସୁଗାର ନେଇ ଗାଁକୁ ଆସୁଛି। ଏହି ସୂଚନା ଆଧାରରେ ଏସ୍ଟିଏଫ୍ ଟିମ୍ ଓ ଜଙ୍କିଆ ପୁଲିସ ଆଜି ଗାଁ’ ମୁଣ୍ଡରୁ ଅକ୍ଷୟକୁ ଗିରଫ କରିବା ସହ ବ୍ରାଉନ୍ସୁଗାର ଜବତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/brown-sugar.jpg)