ଭୁବନେଶ୍ବରରେ ଆଉ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ବୁଧବାର ସକାଳ ୯ଟାରୁ ଗୁରୁବାର ସକାଳ ୯ଟା ସୁଦ୍ଧା)  ମୋଟ ୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩ ଜଣ ମୃତ୍ୟୁବରଣ କରିଛନ୍ତି । ଚିହ୍ନଟ ୩୪୦ ନୂଆ ମାମଲା ମଧ୍ୟରୁ  ୮୪ଟି କ୍ବାରାଣ୍ଟାଇନ ମାମଲା ଥିବାବେଳେ ୨୫୬ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି ସମସ୍ତ ୮୪ଟି କ୍ବାରାଣ୍ଟାଇନ ମାମଲା ପୂର୍ବର ପଜିଟିଭ ମାମଲା ସହ ସମ୍ପର୍କିତ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

 

ଆଜିର ୩୪୦ଟି ନୂଆ ମାମଲାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା  ୨୨,୨୩୫ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା  ୩୫୩୬ ରହିଛି ।  ସେହିପରି ଗୁରୁବାରଦିନ  ଭୁବନେଶ୍ୱରରେ ୩୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ତିନିଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭୁବନେଶ୍ବରରେ ମୋଟ ସୁସ୍ଥସଂଖ୍ୟା ୧୮୫୮୫ ରେ ପହଞ୍ଚିଥିବାବେଳେ  ମୃତ୍ୟୁସଂଖ୍ୟା  ୯୬ ଛୁଇଁଛି  ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ଭୁବନେଶ୍ବରରେ ୩୬୯ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଥିଲା ଓ ୩୫୬ ଜଣ ସୁସ୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର