ଭୁବନେଶ୍ୱରରୁ ୩୪୨ ନୂଆ କରୋନା ପଜିଟିଭ, ସୁସ୍ଥ ହେଲେ ୪୨୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୧୦୪ ଜଣ ଓ ସ୍ଥାନୀୟ ଅଂଚଳରୁ ୨୩୮ ଜଣ ଅଛନ୍ତି । ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

ବିଏମ୍ସିର ସୂଚନା ଅନୁସାରେ ଶୈଳଶ୍ରୀ ବିହାରସ୍ଥିତ ଏକ ସରକାରୀ ସଂଗରୋଧରୁ ୮ ଜଣ, ୟୁନିଟ-୬ରୁ ୬ ଜଣ, ଜୟଦେବ ବିହାର, ମଂଚେଶ୍ୱରରୁ ୫-୫ ଜଣ, ଲକ୍ଷ୍ମୀସାଗରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ମୋଟ ୧୮ ହଜାର ୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୪ ହଜାର ୫୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୧୩୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ୬୮ ଜଣଙ୍କର ପ୍ରାଣହାନୀ ଘଟିଛି । 

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏକ ହସ୍ପିଟାଲରୁ ୧୩ ଜଣ ଅଛନ୍ତି । ସେହିଭଳି ଖଣ୍ଡଗିରିରୁ ୧୧ ଜଣ, ଏକ ଘରୋଇ ହସ୍ପିଟାଲରୁ ୯ ଜଣ, ପଳାଶୁଣୀ, ବିଜେବି ନଗରରୁ ୭ ଜଣ, ନିଳାଦ୍ରୀ ବିହାରରୁ ୬-୬ ଜଣ, ଗ୍ୟରେଜ ଛକ, ବମିଖାଲରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱରରୁ ଆଜି ମୋଟ ୪୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଏଥିରେ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ଅଂଚଳରୁ ୧୮ ଜଣ, ରସୁଲଗଡ଼ ଗାଁରୁ ୧୪ ଜଣ, ସହିଦ ନଗରରୁ ୧୨ ଜଣ, ଆଇଆରସି ଭିଲେଜ, ବଡ଼ଗଡ଼ ବ୍ରିଟ କଲୋନି, ଚକେଇସିହାଣୀରୁ ୧୦-୧୦ ଜଣ, ଭୀମଟାଙ୍ଗୀ ଏଚବି କଲୋନି, ନୟାପଲ୍ଳୀରୁ ୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର