ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୧ ଜଣ ସରକାରୀ ସଂଗରୋଧ ଓ ୨୩୧ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment

ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୧ ହଜାର ୧୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୭ ହଜାର ୪୯୭ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୯୫ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୮୮ ଜଣଙ୍କର ମୃତ୍ୟୁ ହୋଇଛି।

publive-image

ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ପଟିଆରୁ ୧୦ ଜଣ, ନୟାପଲ୍ଲୀରୁ ୭ ଜଣ, ଚନ୍ଦ୍ରଶେଖରପୁରରୁ ୬ ଜଣ, ଭିଏସଏସ ନଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚନ୍ଦ୍ରଶେଖରପୁରରୁ ୧୬ ଜଣ, ପଟିଆରୁ ୧୨ ଜଣ, ନୟାପଲ୍ଲୀରୁ ୯ ଜଣ, ଆଇଆରସି ଭିଲେଜରୁ ୮ ଜଣ, ନିଳାଦ୍ରୀ ବିହାର, ଝାରପଡ଼ା, ପାତ୍ରପଡାରୁ ୭-୭ ଜଣ, ଆଇଗଣିଆ, ବରମୁଣ୍ଡା, ଡୁମଡୁମାରୁ ୬ ଜଣ ଲେଖାଏଁ, ୟୁନିଟ-୮ରୁ ୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରି, ଚକେଇସିହାଣୀ, କଳିଙ୍ଗନଗରରୁ ୪ ଜଣ ଲେଖାଏଁ, ସାଲିଆ ସାହି, କପିଳ ପ୍ରସାଦ, ସହିଦ ନଗରରୁ ୩-୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।