କରୋନା: ଭୁବନେଶ୍ୱରରେ ଆଜି ୩୪୨ ପଜିଟିଭ, ସୁସ୍ଥ ହେଲେ ୩୮୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୮ ଜଣ ଥିବା ବେଳେ ଅନ୍ୟ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଭୁବନେଶ୍ୱରର ସଂଗରୋଧରୁ ଚିହ୍ନଟ ସମସ୍ତ ୯୮ ଜଣ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ କଳିଙ୍ଗ ନଗରରୁ ୪ ଜଣ, ୟୁନିଟ-୩ରୁ ୩ ଜଣ, ବେହେରା ସାହିରୁ ୩ ଜଣ କରୋନା ଆକ୍ରାନ୍ତ ଅଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୬ ହଜାର ୯୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨ ହଜାର ୨୮୮ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୫୬୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ୬୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଆଇଆରସି ଭିଲେଜ ଅଂଚଳ, ୟୁନିଟ-୯ରୁ ସର୍ବାଧିକ ୯-୯ ଜଣ, ଡୁମଡୁମାରୁ ୭ ଜଣ, ରସୁଲଗଡ଼, ଶୈଳଶ୍ରୀ ବିହାର, ବରମୁଣ୍ଡା, ୟୁନିଟ-୬ରୁ ୬ ଜଣ ଲେଖାଏଁ, ବମିଖାଲରୁ ୫ ଜଣ, ମଂଚେଶ୍ୱର, ପଳାଶୁଣୀ, ପଟିଆ, ବିଜେବି ନଗର, ନୟାପଲ୍ଲୀରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଭୁବନେଶ୍ୱରରୁ ସୁସ୍ଥ ହୋଇଥିବା ୩୮୭ ଆକ୍ରାନ୍ତଙ୍କ ତାଲିକାରେ ସହିଦ ନଗରରୁ ୨୦ ଜଣ ନୟାପଲ୍ଲୀରୁ ୧୮ ଜଣ, ପଟିଆ ବିଗବଜାର ଅଂଚଳରୁ ୧୩ ଜଣ, ୟୁନିଟ-୯ରୁ ୧୦ ଜଣ, ବିଡିଏ କଲୋନି, ୟୁନିଟ-୪ରୁ ୯-୯ ଜଣ ଅଛନ୍ତି । ସେହିପରି ୟୁନିଟ-୨ ଓ ୟୁନିଟ-୩ ସରକାରୀ କ୍ୱାର୍ଟସରୁ ୭ ଜଣ, ସତ୍ୟ ବିହାରରୁ ୭ ଜଣ, ବରମୁଣ୍ଡା ଗାଁରୁ ୬ ଜଣ, ସେନିକ ସ୍କୁଲରୁ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର