ଭୁବନେଶ୍ୱରରୁ ଆଜି ୩୨୪ କରୋନା ଆକ୍ରାନ୍ତ, ସ୍ଥାନୀୟ ସଂକ୍ରମଣ ୧୫୧ ଜଣ

କରୋନାରୁ ସୁସ୍ଥ ହେଲେ ୧୦୮ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆଜି ସଂଗରୋଧରୁ ୧୭୩ ଜଣ ଓ ସ୍ଥାନୀୟ ଅଂଚଳରୁ ୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୬୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୦୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୬୧୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜମହଲ ଛକରୁ ୯ ଜଣ, ନିଳାଦ୍ରୀ ବିହାରରୁ ୮ ଜଣ, ଶିଖରଚଣ୍ଡୀରୁ ୬ ଜଣ, କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ୮ ଜଣ ଟ୍ରାଫିକ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଭାଗର ୬ ଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଜଣାପଡ଼ିଛନ୍ତି।

ସ୍ଥାନୀୟ ଅଚଂଳରୁ ଆଜି ଚିହ୍ନଟ ୧୫୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ, ସହିଦ ନଗରରୁ ୬-୬ ଜଣ ଅଛନ୍ତି। ଝାରପଡ଼ା, ନୟାପଲ୍ଲୀରୁ ୪-୪ ଜଣ, ସବରସାହି, ବାପୁଜୀ ନଗରରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି କରୋନାରୁ ସୁସ୍ଥ ୧୦୮ ଜଣ ଆକ୍ରାନ୍ତ ହୋଇଛନ୍ତି। ବଡ଼ଗଡ଼ ବ୍ରିଟ କଲୋନି, ସାମନ୍ତରାପୁର ଓ ଫରେଷ୍ଟ ପାର୍କରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସହିଦ ନଗରରୁ ୪ ଜଣ, ନୂଆ ଏଜି କଲୋନି, ଜୟଦେବ ବିହାର, ଡୁମଡୁମା ଫେଜ-୩ ଓ ୟୁନଟି-୮ରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର