ଭୁବନେଶ୍ୱରରୁ ଆଜି ୩୪୫ କରୋନା ପିଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୪୧୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୦୧ ଜଣ ଓ ସ୍ଥାନୀୟ ଅଂଚଳରୁ ୨୪୪ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସଂଗରୋଧରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ଭୁବନେଶ୍ୱରରରୁ ଆଜି ୪୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି ।

ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରୁ ୧୯ ହଜାର ୨୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୫ ହଜାର ୩୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେବି ୩ ହଜାର ୮୦୬ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୬୯ ଜଣଙ୍କର ପ୍ରାଣହାନୀ ଘଟିଛି ।

ଆଜି ରାଜ୍ୟରେ ୪୧୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର