ଭୁବନେଶ୍ବର : ରାଜଧାନୀରୁ ବାଇକ୍ ଲୁଟ୍ କରି ବାହାରେ ବିକ୍ରି କରୁଥିବା ଏକ ଗ୍ୟାଙ୍ଗକୁ ଖଣ୍ଡଗିରି ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ୫ଜଣଙ୍କଠାରୁ ୩୫ଟି ବାଇକ୍ ଜବତ କରାଯାଇଛି। ସେମାନେ ହେଲେ କଟକ ବାଙ୍କି ଦୁଲଣପୁର ଅଞ୍ଚଳର ପ୍ରଶାନ୍ତ ଲେଙ୍କା(୨୬), ବିଜୁ ନାୟକ(୨୨), ଆଠଗଡ଼ ଅଞ୍ଚଳର ଦୁଷ୍ମନ୍ତ ବେହେରା ଓରଫ ଅଜୁ(୨୮), ନୟାଗଡ଼ ନୂଆଗାଁ ଅଞ୍ଚଳର ରମେଶ ନାୟକ(୨୮) ଏବଂ ଜଟଣୀ ଅଞ୍ଚଳର ଦୀପକ ନାୟକ(୨୬)।
/sambad/media/post_attachments/wp-content/uploads/2021/11/Bike-lootera-Gang1.jpg)
ଏହି ଗ୍ୟାଙ୍ଗ୍ ରାଜଧାନୀର ମାର୍କେଟ, ବ୍ୟାଙ୍କ, ହସ୍ପିଟାଲ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ୍ କରୁଥିଲେ। ସୁଯୋଗ ପାଇବା ମାତ୍ରେ ମାଷ୍ଟର ଚାବି ବ୍ୟବହାର କରି ଆଖି ପିଛୁଳାକେ ବାଇକ୍ ଚୋରି କରି ନେଉଥିଲେ। ଚୋରା ବାଇକ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଆଠଗଡ଼, ବଡ଼ମ୍ବା ଭଳି ଗ୍ରାମାଞ୍ଚଳରେ ମାତ୍ର ୧୦ରୁ ୧୫ହଜାର ଟଙ୍କାରେ ବିକ୍ରି କରି ଦେଉଥିଲେ। ପୁଲିସ ଟାର୍ଗେଟ୍ରେ ଥିବା ଏହି ଗ୍ୟାଙ୍ଗ ଶେଷରେ ଧରାପଡ଼ିଛି। ଖାରବେଳ ପାର୍କ ନିକଟରୁ କଳିଙ୍ଗବିହାରରେ ରହୁଥିବା ସୁମନ ବେହେରାଙ୍କ ବାଇକ୍ ଚୋରି ମାମଲାରେ ପୁଲିସ ଖୋଳତାଡ୍ କରୁକରୁ ଏହି ଗ୍ୟାଙ୍ଗ ଠାବ ହୋଇଥିଲା। ବାଇକ୍ ଗୁଡ଼ିକୁ ବାଙ୍କୀ ଓ ଆଠଗଡ଼ ଅଞ୍ଚଳରୁ ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Bike-lootera-Gang.jpg)