କାର୍‌ରୁ ୩୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ବର: କ୍ୟୁଏଟି ଓ ତମାଣ୍ଡୋ ଥାନା ପୁଲିସ୍ ମିଳିତ ଭାବେ ଚଢ଼ଉ କରି ୧୬ ନମ୍ବର ଜାତୀୟ ରାଜପଥରୁ ଏକ ଗଞ୍ଜେଇ ବୋଝେଇ କାର୍‌(ଓଡି୩୩-ଏଏ୧୭୨୨)କୁ ଜବତ କରିବା ସହ ଚୋରା ଚାଲାଣ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଜି. ଉଦୟଗିରିର ଅମନ ପ୍ରଧାନ(୩୬) ଓ ରାଇକିଆର ନବରାଜ ଦିଗାଲ୍(୩୧)। ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୂଚନାନୁସାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅପରାହ୍ଣ ପ୍ରାୟ ସାଢ଼େ ୧ଟାବେଳେ କ୍ୟୁଏଟି ଟିମ୍ ଓ ତମାଣ୍ଡୋ ଥାନା ପୁଲିସ ଜାତୀୟ ରାଜପଥରେ ସ୍ଥାନୀୟ ଏକ କାର୍‌ ସୋ’ରୁମ୍‌ରେ ନିକଟରେ କାର୍‌କୁ ଅଟକାଇଥିଲେ। ଅଭିଯୁକ୍ତ ଦ୍ବୟ କନ୍ଧମାଳରୁ ଗଞ୍ଜେଇ ଆଣି ନୂଆପଲ୍ଲୀ ଥାନା ସାଲିଆସାହି ଓ ରାଜଧାନୀର ଅନ୍ୟାନ୍ୟ ବସ୍ତିରେ ବିକ୍ରି କରୁଥିବା ମାନି ଯାଇଛନ୍ତି।

ସମ୍ବନ୍ଧିତ ଖବର