ଭୁବନେଶ୍ୱର : ମଞ୍ଚେଶ୍ୱରରେ ଥିବା ଏକ କାରଖାନାରୁ ଆଜି ପୁଣି ୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏଠାରୁ ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ସପ୍ତାହକ ମଧ୍ୟରେ ମୋଟ୍ ୬୮ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି। ଏଠାରେ କାହିଁକି ଏତେ ସଂଖ୍ୟକ କର୍ମଚାରୀ କରୋନା ଆକ୍ରାନ୍ତ ହେଲେ, ସେନେଇ ବିଏମ୍ସି ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ବିଏମ୍ସିର ଏକ ଟିମ୍ କାରଖାନା କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ବିଏମ୍ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କାରଖାନାକୁ ସିଲ୍ କରାଯାଇଛି। ଏହାକୁ ବିଶୋଧନ କରିବାକୁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। କାରଖାନାର ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରାଯାଉଛି। ଏହାବାଦ୍ ଏହି କାରଖାନା ମାଲିକଙ୍କର ଅନ୍ୟ କାରଖାନା ଥିବାରୁ ସେଠାକାର କୌଣସି କର୍ମଚାରୀ ଏହି କାରଖାନା କର୍ମଚାରୀଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ, ଏଠାରୁ କେହି ଯାଇ ଅନ୍ୟ କାରଖାନାରେ କାମ କରିଛନ୍ତି କି ନାହିଁ, ସେନେଇ ସୂଚନା ଦେବାକୁ ମାଲିକଙ୍କୁ କୁହାଯାଇଛି। ଆଜି ବିଏମ୍ସି ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା ଦିଆଯାଇଛି।
ମଞ୍ଚେଶ୍ୱର କାରଖାନାରେ ଆଜି ବାହାରିଲେ ୩୫ କରୋନା ଆକ୍ରାନ୍ତ
/sambad/media/post_attachments/wp-content/uploads/2020/06/covid-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)