ନନ୍ଦନକାନନରେ ୩୫ ହଜାର ପର୍ଯ୍ୟଟକ

ବାରଙ୍ଗ: ବଡ଼ଦିନ ଉପଲକ୍ଷେ ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଥଣ୍ଡାଳିଆ ପାଗରେ ୩୪,୯୧୪ଜଣ ପର୍ଯ୍ୟଟକ ନନ୍ଦନକାନନନର ମୋଟ ୨୧୩ ଖୁଆଡ଼ରେ ରହୁଥିବା ୧୫୪ ପ୍ରଜାତିର ୧୪୧୩ ସ୍ତନ୍ୟପାୟୀ, ୨୯୬ ସରୀସୃପ, ୧୭୩୫ପକ୍ଷୀ ଓ ୨୧ଟି ଉଭୟଚରଙ୍କୁ ମିଶାଇ ମୋଟ ୩୪୬୫ ଜୀବଜନ୍ତୁଙ୍କୁ ବୁଲି ଦେଖିବା ସହ କାଞ୍ଜିଆହ୍ରଦରେ ନୌକା ବିହାରର ମଜା ନେଇଥିଲେ। କୁନିକୁନି ପର୍ଯ୍ୟଟକମାନେ ଦୋଳି ଖେଳର ମଜା ନେଇଥିଲେ। ଚଳିତ ବର୍ଷ ବଡ଼ଦିନର ଟିକଟ୍‌ ବିକ୍ରି ବାବଦକୁ ମୋଟ ୧୪ଲକ୍ଷ ୮୨ ହଜାର ୮୮୬ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଗତ ବର୍ଷ ବଡ଼ଦିନରେ ୪୦ ହଜାର ୭୮ ଖଣ୍ଡ ଟିକେଟ୍ ବିକ୍ରି ବାବଦକୁ ରାଜସ୍ୱ ୮ଲକ୍ଷ ୭୬ ହଜାର ୫୨୫ ଟଙ୍କା ଆଦାୟ ହୋଇଥିଲା। ତେବେ ଟି‌କଟ୍‌ ଦରବୃଦ୍ଧି ଯୋଗୁଁ ଗତ ବର୍ଷ ଅପେକ୍ଷା କମ୍‌ ପର୍ଯ୍ୟଟକ ଆସିଥିଲେ ହେଁ ଅଧିକ ରାଜସ୍ୱ ଆଦାୟ ହୋଇଛି।

ସମ୍ବନ୍ଧିତ ଖବର