୩୫ତମ ଏସ୍‌ଆର୍ ଅନ୍‌ଲାଇନ୍‌ ଚେସ୍‌, ଜୟଦିତ୍ୟ ବିଜେତା

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ଚେସ୍‌ ପ୍ରଶିକ୍ଷଣ ଅନୁଷ୍ଠାନ ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ପକ୍ଷରୁ ୩୫ତମ ଏସ୍‌ଆର୍‌ ଅନ୍‌ଲାଇନ୍ ଚେସ୍‌ ପ୍ରତିଯୋଗିତା ରବିବାର ସମ୍ପନ୍ନ ‌ହୋଇଛି। କାତାର‌ ଦୋହାରେ ରହୁଥିବା ଓଡ଼ିଆ ବଂଶୋଦ୍ଭବ ଜୟଦିତ୍ୟ ଗନ୍ତାୟତ ୭ ରାଉଣ୍ଡରୁ ୬ ପଏଣ୍ଟ୍‌ ସହ ବିଜେତା ହୋଇଛନ୍ତି। ସିଡିଏ ଡିଏଭି ଛାତ୍ର ସାଇ ସୌରଭ ଦାସ (୫.୫) ଉପବିଜେତା ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଲୟଲା ସ୍କୁଲ୍‌ର ମନୀଷ ମିଶ୍ର (୫) ତୃତୀୟ ଏବଂ ଭୀମସେନ ପଣ୍ଡା (୫) ଚତୁର୍ଥ ସ୍ଥାନରେ ରହିଥିଲେ। ୧୨ ବର୍ଷରୁ କମ୍‌ ବର୍ଗରେ ଗୌରବ ମହାନ୍ତି (୪), ଅକୁଳ ବସ୍ତିଆ (୩), ୧୧ ବର୍ଷରୁ କମ୍‌ ବର୍ଗରେ ସାଇ ସମ୍ପ୍ରଦା ମହାନ୍ତି (୪), ଆଦିତ୍ୟ ନାରାୟଣ ମହାନ୍ତି (୩), ୧୦ ବର୍ଷରୁ କମ୍ ବର୍ଗରେ ସୂର୍ଯାଂଶୁ ମହାକୁଡ଼ (୩), ୮ ବର୍ଷରୁ କମ୍ ବର୍ଗରେ ମ୍ରିଗାଙ୍କ ଶେଖର ଦାସ (୪), ଜ‌ିତେଶ ସାମଲ (୨), ଭିବନ ପାଲିତ (୧.୫) ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଏସ୍‌ଆର୍‌ ଚେସ୍ କେନ୍ଦ୍ରର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ ଏବଂ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର