ଦିନକରେ ଆଉ ୩୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ରାଜଧାନୀରେ ସୋମବାର ୩୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି କିଛି ପରିମାଣରେ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ପ୍ରତ୍ୟେକ ଦିନ ୩୦ରୁ ୪୦ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଗତକାଲି ୬୧ ଚିହ୍ନଟ ହୋଇଥିବାରୁ ବିଏମ୍ସି ଚିନ୍ତାରେ ପଡ଼ିଥିଲା। ଅନ୍ୟପଟେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୯୭୪ରେ ପହଞ୍ଚିଛି। ଏଥିମଧ୍ୟରୁ ୬୭୭ ଜଣ ଏ ଯାବତ୍ ସୁସ୍ଥ ହୋଇଛନ୍ତି। ଅର୍ଥାତ୍ ଏବେ ରାଜଧାନୀରେ ୨୯୭ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ବିଏମ୍ସି ପକ୍ଷରୁ ଚାଲିଥିବା ଡେଙ୍ଗୁ ମୁକାବିଲା ଅଭିଯାନରେ ଆଜି ସୁଦ୍ଧା ୯ ହଜାର ୨୧ ପରିବାରର ୩୭ ହଜାର ୩୬୩ ଲୋକଙ୍କୁ ସଚେତନ କରାଯାଇଛି। ୩୦ ହଜାର ୨୮୭ ମଶା ଉତ୍ସ ନଷ୍ଟ କରାଯାଇଥିବା ବେଳେ ୩୦ ହଜାର ୫୦୧ ଲାର୍ଭା ଚିହ୍ନଟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀରେ ୨୦୬ କରୋନା ଆକ୍ରାନ୍ତ
ଭୁବନେଶ୍ବର : ରାଜଧାନୀରେ ସୋମବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ ରହିଛି। ଗତକାଲି ୨୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ସଂଖ୍ୟା ଯଥେଷ୍ଟ କମିଛି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୨୩୧ ରହିଥିବା ବେଳେ ଆଜି ଏହି ସଂଖ୍ୟା ୧୮୬ ରହିଛି। ଗତକାଲି ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଢେର୍ କମ୍ ରହିଥିଲେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଗତକାଲି ଏହି ସଂଖ୍ୟା ୨୮୨୪ ଥିବା ବେଳେ ଆଜି ୨୮୨୧ ରହିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨ ହଜାର ୨୬୭ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୨୦୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଲ୍ଲୀରେ ସର୍ବାଧିକ ୧୮ ଥିବା ବେଳେ ପୁରୁଣା ଭୁବନେଶ୍ବରରୁ ୯, ଟଙ୍କପାଣିରେ ୭, ପଟିଆ, ନୀଳାଦ୍ରି ବିହାର ଓ ପଟିଆରେ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।