ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଜୁଲାଇ ୨୫ରୁ ୨୭ ଯାଏଁ ଓଡ଼ିଶାରେ ରହିବେ। ଏହି ସମୟରେ ସେ ବିଭିନ୍ନ ସ୍ଥାନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରୁଟ୍ ଲାଇନ, କାରକେଡ, ଟ୍ରାଫିକ ଓ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଥିବା ଡିସିପି ପ୍ରତୀକ ସିଂ କହିଛନ୍ତି ।

Advertisment

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ଆଜି ଭୁବନେଶ୍ବର ବିମାନବନ୍ଦର ଠାରୁ ରାଜ୍‌ଭବନ ଯାଏ କାରକେଡ ରିହରସଲ୍‌ ହୋଇଛି। ରାଷ୍ଟ୍ରପତି ଜୁଲାଇ ୨୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ରାତିରେ ସେ ରାଜଭବନରେ ରହିବେ। ସେ ଜୁଲାଇ ୨୬ ତାରିଖରେ କଟକସ୍ଥିତ ଜାତୀୟ ଆଇନ୍‌ ବିଶ୍ବବିଦ୍ୟାଳୟରେ ଆୟୋଜନ ହେବାକୁ ଥିବା ୧୦ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେହିପରି ସେ ୨୭ ତାରିଖରେ ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ‌ଯୋଗଦେବେ।  

publive-image

ଡିସିପି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଏହାସହ ୩ଟି କ୍ୱିକ୍ ରେସପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ରହିବେ। ସେହିଭଳି ୧୨ ଆଡିସିନାଲ ଡିସିପି, ୨୫ ଜଣ ଏସପି, ୪୦ ଜଣ ଇନସପେକ୍ଟର, ୧୨୦ ଜଣ ଏସଆଇ ଓ ଏଏସଆଇ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ରହିବେ । ସେହିଭଳି ୧୬୦ ଟ୍ରାଫିକ କର୍ମଚାରୀ ଓ ୧୫୦ ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ସେହିଭଳି ସବୁ ଭେନ୍ୟୁରେ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ହୋଇଛି । ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରଖାଯିବା ସହ ଏହାର ଯାଞ୍ଚ କରାଯାଇଛି । ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସଡକ ପଥରେ ରହିଥିବାରୁ ସେହି ଅନୁସାରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।