ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍ ୩୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୬ ଜଣ ସଂଗରୋଧ ଓ ୨୪୯ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/post_attachments/wp-content/uploads/2020/10/bbsr-3-844x1024.jpg)
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୩ ହଜାର ୯୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୦ ହଜାର ୨୧୭ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୭୧ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି।
ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ନୟାପଲ୍ଲୀରୁ ୧୨ ଜଣ, ଶୈଳଶ୍ରୀ ବିହାର, ସହିଦ ନଗରରୁ ୭-୭ ଜଣ, ଆଇଆରସି ଭିଲେଜ, ପଳାଶୁଣୀରୁ ୫-୫ ଜଣ, ବାପୁଜୀ ନଗର, ସାମନ୍ତରାପୁରରୁ ୪ ଜଣ ଲେଖାଏଁ ଜଣ, ୟୁନିଟ-୯, ମଂଚେଶ୍ୱର, ନିଳାଦ୍ରୀ ବିହାର, ଖାରବେଳ ନଗର, ବରମୁଣ୍ଡା, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/10/bbsr1-2.jpg)
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ପଟିଆରୁ ୨୧ ଜଣ ଓ ନୟାପଲ୍ଲୀରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ସହିଦ ନଗରରୁ ୧୨ ଜଣ, ଲକ୍ଷ୍ମୀସାଗରରୁ ୯ ଜଣ, ପାତ୍ରପଡ଼ାରୁ ୮ ଜଣ, ୟୁନିଟ-୯, ରସୁଲଗଡ଼, ୟୁନଟି-୮ରୁ ୭ ଜଣ ଲେଖାଏଁ, ଶୈଳଶ୍ରୀ ବିହାର, ଝାରପଡ଼ାରୁ ୬ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/bbsr2-1.jpg)