ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ୍ ୩୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୫ ଜଣ ସରକାରୀ ସଂଗରୋଧ ଓ ୨୯୪ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/post_attachments/wp-content/uploads/2020/09/bbsr-20-844x1024.jpg)
ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୧ ହଜାର ୮୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୮ ହଜାର ୨୪୮ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୩୭ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୯୩ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/09/bbsr1-20-694x1024.jpg)
ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଶୈଳଶ୍ରୀ ବିହାରରୁ ୬ ଜଣ, ଚନ୍ଦ୍ରଶେଖରପୁରରୁ ୫ ଜଣ, ବମିଖାଲ, ୟୁନିଟ-୬, ବାପୁଜୀ ନଗରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଡୁମଡୁମା, ଭିଏସଏସ ନଗରରୁ ୩-୩ ଜଣ, ଝାରପଡ଼ା, ୟୁନିଟ-୪, ୟୁନିଟ-୧, ଚକେଇସିହାଣୀରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଶୈଳଶ୍ରୀ ବିହାରରୁ ୨୩ ଜଣ, ସହିଦ ନଗରରୁ ୧୩ ଜଣ, ଚନ୍ଦ୍ରଶେଖରପୁର, ପଟିଆ, ରସୁଲଗଡ଼ରୁ ୧୨-୧୨ ଜଣ, ବମିଖାଲରୁ ୧୦ ଜଣ, ଲକ୍ଷ୍ମୀସାଗର, ପୋଖରିପୁଟରୁ ୯-୯ ଜଣ, ନୟାପଲ୍ଲୀ, ଭିଏସଏସ୍ ନଗରରୁ ୮ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/bbsr2-17.jpg)