ଭୁବନେଶ୍ବର : ଆଗାମୀ ହକି ବିଶ୍ବକପ୍ ପାଇଁ ରାଜଧାନୀ ବିଭିନ୍ନ ଢଙ୍ଗରେ ସଜେଇ ହେଉଛି। ବିଏମ୍ସି ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ବିଶ୍ବ ଦରବାରରେ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ପରିଚୟ ଦେବା ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିଛି। ଏହା ଭିତରେ ରାଜଧାନୀର ବିଭିନ୍ନ ପାଚେରି ଓ କାନ୍ଥରେ ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତି ସଂପର୍କିତ ବିଭିନ୍ନ ଚିତ୍ର ଅଙ୍କାଯାଇଥିବା ବେଳେ ଆହୁରି ଅନେକ ଚିତ୍ର ଅଙ୍କାଯିବାର ଯୋଜନା ରହିଛି। ତା’ ଭିତରେ ରହିଛି ଥ୍ରିଡି ଆର୍ଟ। ତେବେ ଷ୍ଟ୍ରିଟ୍ ଏଣ୍ଡ ମୁରାଲ୍ ପ୍ରକଳ୍ପର ଅଂଶ ଭାବେ ବକୁଲ ଫାଉଣ୍ଡେସନ୍ର ପାଞ୍ଚ ଜଣ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଥ୍ରିଡି ଚିତ୍ରଶିଳ୍ପୀଙ୍କୁ ଭୁବନେଶ୍ବର ଆଣି ସେମାନଙ୍କର କଳାକୌଶଳ ଦେଖାଇବାର ଯୋଜନା ହୋଇଛି। ସେମାନେ ହେଲେ ଟେସି ଲି, ଆଣ୍ଟ ରୋନେନ୍, ଜି ସିନ୍ଦଲର, ଜୁଲିଓ ଜିମେଞ୍ଜ ଏବଂ ସାୟକା ମିତ୍ର। ଏହି ପ୍ରସିଦ୍ଧ ଚିତ୍ରଶିଳ୍ପୀମାନେ ଭୁବନେଶ୍ବରରେ ନଭେମ୍ବର ପହିଲାରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରହିବେ। ସହରର ଜାତୀୟ ରାଜପଥ ଫ୍ଲାଏଓଭର୍ କାନ୍ଥଗୁଡ଼ିକରେ ଦୃଷ୍ଟାନ୍ତ ମୁରାଲ୍ଚିତ୍ର ଅଙ୍କନ କରିବେ।
ରାଜଧାନୀ କାନ୍ଥରେ ହେବ ଥ୍ରିଡି ଚିତ୍ର
/sambad/media/post_attachments/wp-content/uploads/2018/10/bmc-art.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)