ଦାଢ଼ାପାଟଣାରେ ମାଙ୍କଡ଼ଧରା ଅଭିଯାନ, ୩ ଦିନରେ ଧରା ପଡ଼ିଲେଣି ୯ ମାଙ୍କଡ଼

ବାରଙ୍ଗ: ବାରଙ୍ଗ ବ୍ଲକ ଅଧୀନ ଦାଢ଼ାପାଟଣା ଗ୍ରାମରେ ଉତ୍ପାତ କରୁଥିବା ପାତି ମାଙ୍କଡ଼ମାନଙ୍କୁ ଧରିବା ପାଇଁ ବନ ବିଭାଗ ଅଭିଯାନ ଆରମ୍ଭ କରିଛି। ଗତ ୩ ଦିନ ହେଲା ବନ ବିଭାଗ ଯନ୍ତାରେ ଖାଦ୍ୟ ପକାଇ ମୋଟ ୯ଟି ମାଙ୍କଡ଼କୁ ଧରି ସାରିଲାଣି। ଏହି କାର୍ଯ୍ୟରେ ନିୟୋଜିତ ସିଟି ଫରେଷ୍ଟ ଡଭିଜନ୍‌ର ରେଞ୍ଜ ଅଫିସର୍‌ ଗୌରଗେପାଳ ସିଙ୍କ ତତ୍ତ୍ୱାବଧାନରେ ୭ ଜଣିଆ ଦଳ ପ୍ରଥମ ଦିନରେ ଗୋଟିଏ, ୨ୟ ଦିନରେ ୩ଟି ଓ ତୃତୀୟ ଦିନରେ ୫ଟି ମାଙ୍କଡ଼ ଧରିଥିବା ଜଣାଯାଇଛି। ଧରା ପଡ଼ିଥିବା ମାଙ୍କଡ଼ମାନଙ୍କୁ ଭିନ୍ନ ଭିନ୍ନ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଛି। ପ୍ରାୟ ୨ମାସ ତଳେ ପାତି ମାଙ୍କଡ଼ ଦାଉରେ ଅତିଷ୍ଠ ଦାଢ଼ା, ଦାଢ଼ାପାଟଣା ଓ କେନ୍ଦୁପାଟଣା ଗ୍ରାମବାସୀ ମୁଖ୍ୟ ବନ ସଂରକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର