ଭୁବନେଶ୍ୱର: ‘୩ଜି ଆର୍ଟିଷ୍ଟ’ ଗ୍ରୁପର ସପ୍ତମ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଆଜିଠାରୁ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରଠାରେ ଆରମ୍ଭ ହୋଇଛି। ବିମୁକ୍ତବାଦ, ଅତିବାସ୍ତବବାଦ ଓ ସମସାମୟିକ ପ୍ରସଙ୍ଗକୁ ନେଇ ଓଡ଼ିଶା ସମେତ ସାତଟି ରାଜ୍ୟର ୪୨ ଜଣ ଶିଳ୍ପୀଙ୍କ ଚିତ୍ରକଳା ଏଥିରେ ପ୍ରଦର୍ଶିତ ହେଉଛି। ଅତିଥିଭାବେ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ବରିଷ୍ଠ ଶିଳ୍ପୀ ରାମହରି ଜେନା ପ୍ରମୁଖ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନର ଆବାହକ ସୌମ୍ୟରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତା ୩୧ ତାରିଖରେ ଏହି ପ୍ରଦର୍ଶନୀ ଉଦ୍ଯାପିତ ହେବ।
୭ ରାଜ୍ୟର ୪୨ ଶିଳ୍ପୀଙ୍କ ଚିତ୍ର, ୩ଜି ଆର୍ଟିଷ୍ଟ ଗ୍ରୁପ୍ର ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ
/sambad/media/post_attachments/wp-content/uploads/2017/12/m6-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)