ଭୁବନେଶ୍ବର: ଇଣ୍ଟରନାସନାଲ୍ ଥିଏଟର (ଇଟ୍) ନାଟ୍ୟ ସଂସ୍ଥା ପକ୍ଷରୁ ଆସନ୍ତା ୩ ଡିସେମ୍ବର ଠାରୁ ୭ ଡିସେମ୍ବର ଯାଏଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏହାର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳନ ଆରମ୍ଭ କରାଯିବ ବୋଲି ସାମ୍ବାଦିକ ସମ୍ମିନଳୀରେ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି ।
ଏଠାରେ ଜାତୀୟ ନାଟକ ଉତ୍ସବ ଆୟୋଜନ ହେବ ଓ ଭାରତର ବିଭିନ୍ନ ସ୍ଥାନରୁ ଦଳ ମାନେ ଯୋଗଦେବାର ଆଶା କରାଯାଉଛି । ଏହି ଅବସରରେ ୫୦ ଜଣଙ୍କୁ ଇଟ୍ ସମ୍ମାନରେ ସମ୍ମାନୀତ କରାଯିବ ଏବଂ ୫ ଜଣଙ୍କୁ ଇଟ୍ ପୁରସ୍କାର ପ୍ରଦାନ କରାଯିବ ।
ଏହି ଅବସରରେ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ସହିତ ଏକ ପ୍ରଦର୍ଶନୀ ଓ ନାଟ୍ୟ ପୁସ୍ତକ ମେଳା ମଧ୍ୟ ଅନୁଷ୍ଠିତ ହେବ ବୋଲି ଇଟ୍ ନିର୍ଦ୍ଦେଶକ ମିହିର ମେହେର କହିଛନ୍ତି।
ସୂଚନାଯୋଗ୍ୟ, ଇଟ୍ ସ୍ୱର୍ଗତଃ ଗୋବିନ୍ଦ ଗୁପ୍ତା ଓ ଶ୍ରୀମତୀ ବିଜୟା ଗୁପ୍ତାଙ୍କ ଦ୍ୱାରା ୧୯୭୫ ମସିହାରେ ପ୍ରତିଷ୍ଠା ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/ci0teMd3Hta04z7qgU5P.jpg)