ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଳକ୍ଷ୍ମୀସରାଗର ଥାନା ଅନ୍ତର୍ଗତ ଝାରପଡ଼ା ମେଲଣ ପଡ଼ିଆନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ଅଟୋ, ଗୋଟିଏ ରିଭଲଭର, ୨ଟି ଗୁଳି, ଭୂଜାଲି, ଛୁରି, ୩ଟି ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ କାନପୁର ଅଞ୍ଚଳରେ ଓ ହଳଦିପଡ଼ିଆ ବସ୍ତିରେ ରହୁଥିବା ବିଜୟ ସ୍ୱାଇଁ, ପୁରୀ ଚନ୍ଦନପୁର ଥାନା ଚନ୍ଦନପୁର ଶୁଣ୍ଢିସାହିର ସତ୍ୟଜିତ ସାହୁ, ହଳଦିପଡ଼ିଆ ବସ୍ତିର ପ୍ରଭାତ ପ୍ରସାଦ ଓ ଗଞ୍ଜାମ ପୁରୁଷୋତ୍ତମପୁର ଅଞ୍ଚଳର ଓ ଖଣ୍ଡଗିରି ଶୁୁକବିହାରରେ ରହୁଥିବା ତ୍ରିନାଥ ଦାସ।
ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ୪ ଗିରଫ, ରିଭଲଭର, ଗୁଳି ସହିତ ଅଟୋ ଜବତ
/sambad/media/post_attachments/wp-content/uploads/2018/03/bbsr-20-2-copy.jpg)