ରାଜ୍ୟପାଳଙ୍କ ଦ୍ବାରା ୪ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର: ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ରଚିତ ୪ଟି ପୁସ୍ତକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉନ୍ମୋଚନ କରିଛନ୍ତି। ଲିଖିତ ପୁସ୍ତକଗୁଡ଼ିକ ହେଉଛି, ‘ରାଷ୍ଟ୍ରଭକ୍ତ ଅଟଳ ବିହାରୀ ବାଜପେୟୀ’, ‘ବାଇଶି ପାହାଚ’, ‘ରାଷ୍ଟ୍ରଭକ୍ତ ନରେନ୍ଦ୍ର ମୋଦୀ’ ଏବଂ ‘ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ’। ଆଜି ମଧ୍ୟାହ୍ନରେ ରାଜଭବନ ପରିସରରେ ରାଜ୍ୟପାଳ ଏହାକୁ ଲୋକାର୍ପଣ କରି ଲେଖକଙ୍କ ଅଧ୍ୟବସାୟ ଓ ସାଧନାର ପ୍ରଶଂସା କରି ପୁସ୍ତକଗୁଡ଼ିକ ପାଠକୀୟ ଆଦୃତି ଲାଭ କରିବ ବୋଲି କହିଥିଲେ। ଲୋକାର୍ପଣ ଅବସରରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଯୋଗଦେଇ ପଣ୍ଡିତ ମହାପାତ୍ର ଓଡ଼ିଶାର ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି ବୋଲି କହିଥିଲେ। ଏହି ଅବସରରେ ସ୍ତମ୍ଭକାର ଇଂ ଅଭୟ ସୂତାର୍‌, ଶିକ୍ଷାବିତ୍‌ ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଲେଖକ ଶ୍ରୀ ମହାପାତ୍ର ସ୍ବରଚିତ ଆଉ କିଛି ପୁସ୍ତକ ରାଜ୍ୟପାଳଙ୍କୁ ଉପହାର ଦେଇଥିଲେ।

ସମ୍ବନ୍ଧିତ ଖବର