ବାଲିଅନ୍ତା: ସରକଣା ଗ୍ରାମରେ ପୋଡ଼ିହୋଇ ସଂକଟାପନ୍ନ ଥିବା ଗୋଟିଏ ପରିବାରର ୪ଜଣଙ୍କ ମଧ୍ୟରୁ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ଗତ ୧୮ ତାରିଖରେ ପାଲୁଣି ଦାସ (୫୦) ଙ୍କର ମୃତ୍ୟୁ ହୋଇଯାଇଥିଲା। ପାଲୁଣି ମରିବାର ୪ଦିନ ପରେ ଆଜି ଭୋର ୬ଟା ସମୟରେ ତାଙ୍କ ଝିଅ ଚାଇନା ବେହେରା (୩୮)ଙ୍କର ମୃତ୍ୟୁ ହୋଇଛି। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ହସ୍ପିଟାଲରେ ମୃତଦେହ ଜବତ କରି ତାଙ୍କ ଶାଶୁଘର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ଚାଇନାଙ୍କ ସ୍ବାମୀ ବାଳକାଟି ଫାଣ୍ଡି ଅଧୀନ ଜାଗେଶ୍ବରୀ କଲୋନି ବାସିନ୍ଦ ଚିତ୍ତରଞ୍ଜନ ବେହେରା ଓ ମିଲନ ବେହେରା (୧୭) ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ପାଲୁଣିଙ୍କ ଘରେ ଝିଅ, ଜ୍ବାଇଁ ଓ ନାତି ରହୁଥିଲେ। ଗତ ୧୪ ତାରିଖ ରାତି ୯ଟା ୧୫ ମିନିଟ ସମୟରେ ଏହି ଅଘଟଣ ଘଟିଥିଲା। ହେଲେ ନିଆଁରେ ପୋଡ଼ି ହୋଇ ଉକ୍ତ ପରିବାରର ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଗ୍ରାମବାସୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲି ଖାନ ସାଇଣ୍ଟିଫିକ ଟିମ୍ ନେଇ ଘଟଣାର ତଦନ୍ତ କରିଥିଲେ। ଘଟଣାସ୍ଥଳରୁ ପେଟ୍ରୋଲ ଭର୍ତ୍ତି ଜାରକିନ ଜବତ ହୋଇଥିଲା।
ଗୋଟିଏ ପରିବାରର ୪ ପୋଡ଼ିଯିବା ଘଟଣା: ମା’ ପରେ ଆଖି ବୁଜିଲା ଝିଅ
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)