ପଧାନ ସାହି ଦୁଇ ଦିନ ହେଲା ସିଲ୍‌, ଟିଟିଇଙ୍କ ପରିବାରରୁ ଆଉ ୪ଜଣଙ୍କୁ କରୋନା

ପୁରୁଣା ଭୁବନେଶ୍ୱର: ଏୟାରଫିଲଡ୍‌ ଥାନା ଅଧୀନ ପଧାନ ସାହିର କଣ୍ଟିଲୋ ରାଜସ୍ବ ମୌଜାର ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟରେ ରହୁଥିବା ଜଣେ ଟିଟିଇ କରୋନା ଆକ୍ରାନ୍ତ ହେବା ପରେ ପଧାନ ସାହିକୁ ଦୁଇ ଦିନ ହେଲା ସିଲ୍‌ କରାଯାଇଛି। ଟିଟିଇଙ୍କ ପରିବାର ଲୋକଙ୍କର ସ୍ବାବ୍‌ ଟେଷ୍ଟ କରାଯାଇଥିବା ବେଳେ ଆଉ ୪ ଜଣ ସଦସ୍ୟ ବି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ ରାଜଧାନୀ ଏକ୍ସପ୍ରେସରେ ଡ୍ୟୁଟି କରୁଥିବା ଏହି ଟିଟିଇଙ୍କର କରୋନା ପଜିଟିଭ୍ ବାହାରିବା ପରେ କଣ୍ଟିଲୋ ସରପଞ୍ଚ ସୁଚରିତା ପାଇକରାୟ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିଲେ। ଟିଟିଇଜଣକ ନିକଟସ୍ଥ ଅଞ୍ଚଳରେ ବୁଲାବୁଲି କରିବା ସହ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଭୟଭୀତ ହୋଇଯାଇଛନ୍ତି। ଅପରପକ୍ଷେ ଏୟାରଫିଲଡ୍‌ ଥାନା ପକ୍ଷରୁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଅଞ୍ଚଳକୁ ତୁରନ୍ତ ବିଶୋଧନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର