ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଜି ରାଜଭବନରୁ ୪ଟି ଚିତ୍ରାହରିଣଙ୍କୁ ଅଣାଯାଇଛି। ରାଜଭବନରେ ଚିତ୍ରାହରିଣ ସଂଖ୍ୟା ଆଶାତିତ ଭାବେ ବୃଦ୍ଧିପାଇଥିବାରୁ ସେଠାରୁ ସେମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି କ୍ରମାଗତ ଭାବେ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଉଛିି। ସେମାନଙ୍କ ମଧ୍ୟରେ ୩ ଅଣ୍ଡିରା ଓ ଗୋଟିଏ ମାଈ ଅଛନ୍ତି। ଅଣାଯାଇଥିବା ସମସ୍ତ ଚିତ୍ରାହରିଣଙ୍କ ବୟସ ୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଏବେ ନନ୍ଦନକାନର ଚିତ୍ରାହରିଣ ସଂଖ୍ୟା ୫୩୯କୁ ବୃଦ୍ଧି ହୋଇଛି।
ନନ୍ଦନକାନନକୁ ରାଜଭବନରୁ ଆସିଲେ ୪ ଚିତ୍ରାହରିଣ
/sambad/media/post_attachments/wp-content/uploads/2018/01/nandankanan-national-park.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)