ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଓମଫେଡ୍ ବସ୍ତି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବରୁ ଏହି ଅଞ୍ଚଳରେ ୭ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ୪ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଚିହ୍ନଟ ହୋଇଛି। ସୂଚନା ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଦଳ ବସ୍ତିରେ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି। ବସ୍ତି, ଡ୍ରେନ୍ ଓ ସନ୍ତସନ୍ତିଆ ସ୍ଥାନକୁ ଠିକ୍ ଭାବେ ସଫାସୁତୁରା କରାଯାଉ ନଥିବାରୁ ଜଣଙ୍କ ପରେ ଜଣେ ଡେଙ୍ଗୁର ଶିକାର ହେଉନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ତେବେ ଆଜି ସ୍ଥାନୀୟ କର୍ପୋରେଟର୍ ଦେବୀପ୍ରସାଦ ମଲ୍ଲିକ ବିଏମ୍ସି ସହାୟତାରେ ଉକ୍ତ ଅଞ୍ଚଳରେ ବ୍ଲିଚିଂ ପକାଇଥିଲେ। ବିଏମ୍ସି ପକ୍ଷରୁ ମଶାଧୂଆଁ ବୁଲାଇବା, ସନ୍ତସନ୍ତିଆ ସ୍ଥାନରେ ବ୍ଲିଚିଂ ପକାଇବା, ସବୁଦିନ ଆବର୍ଜନା ଉଠାଗଲେ ବସ୍ତି ସଫା ରହିବା ସହ ଡେଙ୍ଗୁକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବସ୍ତି ସଭାପତି ସୁଶାନ୍ତ ନାୟକ କହିଛନ୍ତି।
ଓମ୍ଫେଡ୍ ବସ୍ତିରେ ଆଉ ୪ ଜଣଙ୍କୁ ଡେଙ୍ଗୁ
/sambad/media/post_attachments/wp-content/uploads/2018/08/dengue-mosquito-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)